ପ୍ରଭାବଶାଳୀ ଓ ବଡ଼ବଡ଼ିଆଙ୍କ ଜମାଖାତାକୁ ଭୁଲରେ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରାଇ ଅଣାଯିବ : କୃଷି ସଚିବ

ଭୁବନେଶ୍ବର: କାଳିଆ ଯୋଜନାର ପ୍ରଥମ ଦଫା ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ  ଆସି ଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ଯାଇଛି । ଏହାକୁ ନେଇ ବିବାଦ ଦେଖାଦେଇଛି। କିଛି ଲୋକ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥିଲେ କି ଅନେକ ପ୍ରଭାବଶାଳୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାର ଟଙ୍କା ମିଳିଛି। ଏହାପରେ ସରାକରଙ୍କ ପକ୍ଷରୁ ଏହାର ଅନୁସନ୍ଧାନ କରାଯାଇ ଏପରି ବ୍ୟକ୍ତିଙ୍କ ଜମାଖାତାରୁ  ଟଙ୍କା ଫେରାଇ ଅଣାଯିବ। ଗୁରୁବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି।
କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ  ଭୁଲବଶତଃ ଯାଇଥିବା ଟଙ୍କା  ଫେରାଇ ଅଣାଯିବ । ୧ ଜାନୁଆରି ଯାଏ ମୋଟ ୨୨ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ତାଲିକା ଭୁକ୍ତ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ରେଡ ଫର୍ମ ଆସିଛି ।

ତେଣୁ ପ୍ରାୟ ୧୨.୪୫ ଲକ୍ଷ ହିତାଧିକାରୀଙ୍କ ନାଁ ଚୂଡାନ୍ତ ତାଲିକାରେ ରହିଛି ଯେଉଁମାନେ କି କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ହୋଇଛନ୍ତି । ତେବେ ପୁଣିଥରେ ରେଡଫର୍ମକୁ ତର୍ଜମା କରାଯାଇ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ ଯାଇଥିବା ଟଙ୍କାକୁ ଫେରାଇ ଅଣାଯିବ ବୋଲି କୃଷି ସଚିବ ସୂଚନା ଦେଇଛନ୍ତି ।

Comments

  1. Without proper verification how government money is released to the account of the non eligible people under KALIA scheme.
    Further it is notified to recover the same from such persons.
    What is going on in the state.
    It is completely missed utilisation of govt. Funds.

    ReplyDelete
  2. The Poker Room at the Borgata | MapyRO
    The Poker Room at the Borgata Hotel Casino & 안동 출장안마 Spa is located in 성남 출장샵 Atlantic City. 이천 출장마사지 It is an upscale, casual, open-air 경주 출장마사지 space with a central  Rating: 문경 출장마사지 4.2 · ‎13 reviews

    ReplyDelete

Post a Comment