Posts

ପ୍ରଭାବଶାଳୀ ଓ ବଡ଼ବଡ଼ିଆଙ୍କ ଜମାଖାତାକୁ ଭୁଲରେ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରାଇ ଅଣାଯିବ : କୃଷି ସଚିବ

Image
ଭୁବନେଶ୍ବର: କାଳିଆ ଯୋଜନାର ପ୍ରଥମ ଦଫା ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ  ଆସି ଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ଯାଇଛି । ଏହାକୁ ନେଇ ବିବାଦ ଦେଖାଦେଇଛି। କିଛି ଲୋକ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥିଲେ କି ଅନେକ ପ୍ରଭାବଶାଳୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାର ଟଙ୍କା ମିଳିଛି। ଏହାପରେ ସରାକରଙ୍କ ପକ୍ଷରୁ ଏହାର ଅନୁସନ୍ଧାନ କରାଯାଇ ଏପରି ବ୍ୟକ୍ତିଙ୍କ ଜମାଖାତାରୁ  ଟଙ୍କା ଫେରାଇ ଅଣାଯିବ। ଗୁରୁବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ  ଭୁଲବଶତଃ ଯାଇଥିବା ଟଙ୍କା  ଫେରାଇ ଅଣାଯିବ । ୧ ଜାନୁଆରି ଯାଏ ମୋଟ ୨୨ଲକ୍ଷ ହିତାଧିକାରୀ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ତାଲିକା ଭୁକ୍ତ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ରେଡ ଫର୍ମ ଆସିଛି । ତେଣୁ ପ୍ରାୟ ୧୨.୪୫ ଲକ୍ଷ ହିତାଧିକାରୀଙ୍କ ନାଁ ଚୂଡାନ୍ତ ତାଲିକାରେ ରହିଛି ଯେଉଁମାନେ କି କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ହୋଇଛନ୍ତି । ତେବେ ପୁଣିଥରେ ରେଡଫର୍ମକୁ ତର୍ଜମା କରାଯାଇ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ ଜମାଖାତାକୁ ଯାଇଥିବା ଟଙ୍କାକୁ ଫେରାଇ ଅଣାଯିବ ବୋଲି କୃଷି ସଚିବ ସୂଚନା ଦେଇଛନ୍ତି ।

ଓଡ଼ିଆ ଝିଅ ଜିତିଲେ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ

Image
ବର୍ଲିନ: ଜର୍ମାନୀ ମୁନିଚ୍ ସହରରେ H&N କପ୍ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀ ୨୩ ତାରିଖରୁ ୨୮ ତାରିଖ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶ ପ୍ରତିନିଧିତ୍ୱ କରୁଥିଲେ। ୧୦ ମିଟର ସୁଟିଂ ମିକ୍ସ କମ୍ପିଟିସନରେ  ରୁଷିଆ ଖେଳାଳିଙ୍କୁ ହରାଇ ଶ୍ରୀୟଙ୍କା ଓ ସହଯୋଗୀ ଅଖିଳ ସେରନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୂଚନା ପାଇଁ କହି ରଖୁଛୁ ଯେ ଓଡ଼ିଆ ଝିଅ ଶ୍ରୀୟଙ୍କାଙ୍କ ଘର ସମ୍ବଲପୁରରେ। ବାପା ଜଣେ ସେନା ଅଧିକାରୀ ହୋଇଥିବାବେଳେ ମାଆ ନୂଆଦିଲ୍ଲୀରେ ଅଧ୍ୟାପିକା ଅଛନ୍ତି।